The Topmost

“The eyes believe themselves, the ears believe other people.”

ଟେସଲାରୁ ୧୦ ପ୍ରତିଶତ କର୍ମଚାରୀ ବିଦା ହେବେ ମସ୍କଙ୍କ ଘୋଷଣା

() କମ୍ପାନିରୁ କର୍ମଚାରୀଙ୍କୁ ଛଟେଇ କରିବ ଟେସଲା । ଏନେଇ ଘୋଷଣା କରିଛନ୍ତି କମ୍ପାନିର ସିଇଓ ଏଲନ ମସ୍କ । ଦୁନିଆର ସବୁଠୁ ଧନୀ ଏବଂ ଇଲେକ୍ଟ୍ରିକ କାର ନିର୍ମାଣ କରୁଥିବା କମ୍ପାନି ଟେସଲାର ମାଲିକ ଏଲନ ମସ୍କ କମ୍ପାନିରୁ କର୍ମଚାରୀଙ୍କ ଛଟେଇ ନେଇ ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି । କମ୍ପାନିର ମୋଟ କର୍ମଚାରୀଙ୍କ ସଂଖ୍ୟାକୁ ୧୦ ପ୍ରତିଶତ ହ୍ରାସ କରିବାକୁ ସେ ଘୋଷଣା କରିଛନ୍ତି । ଏହାସହ ସମସ୍ତ ନୂଆ ନିଯୁକ୍ତି ଉପରେ ମଧ୍ୟ ରୋକ ଲଗାଇଛନ୍ତି । ବିଶ୍ୱର ଆର୍ଥିକ ସ୍ଥିତିକୁ ନେଇ ମଧ୍ୟ ଏଲନ ମସ୍କ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦେଖି ଦୁଃଖ ଲାଗୁଛି । ଏନେଇ ଗୁରୁବାର ଟେସଲାର ଅଧିକାରୀଙ୍କୁ ଏକ ମେଲ୍ ପଠାଯାଇଥିଲା । କମ୍ପାନିର ସମସ୍ତ ନୂଆ ନିଯୁକ୍ତି ଉପରେ ରୋକ ଲଗାଇବା ପାଇଁ ଏଥିରେ କୁହାଯାଇଥିଲା ।

https://thetopmost.in/scientist-develop-speech-synthesizer-for-speechless-person/

https://thetopmost.in/a-girl-have-a-world-record-for-her-biggest-chick/